‘ସର୍ବ ଦଳୀୟ ବୈଠକ କେବଳ ସରକାରୀ କାର୍ଯ୍ୟକ୍ରମର ପ୍ରଚର ପାଇଁ ଉଦ୍ଦିଷ୍ଟ ଥିଲା’
ଭୁବନେଶ୍ୱର: ଓଡ଼ିଶାରେ କୋଭିଡ ମୁକାବିଲା ପାଇଁ ବିଧାନସଭାର ମାନ୍ୟବର ବାଚସ୍ପତିଙ୍କ ଦ୍ଵାରା ଆହୂତ ବିଧାନସଭା ସ୍ତରୀୟ ସର୍ବ ଦଳୀୟ ବୈଠକ କେବଳ ସରକାରୀ କାର୍ଯ୍ୟକ୍ରମର ପ୍ରଚର ପାଇଁ ଉଦ୍ଦିଷ୍ଟ ଥିଲା ବୋଲି କହିଛି ସି ପି ଆଇ (ଏମ)। ସର୍ବଦଳୀୟ ବୈଠକ ବିଧାନ ସଭାରେ ପ୍ରତିନିଧିତ୍ଵ କରୁଥିବା ଦଳ ମାନଙ୍କ ମଧ୍ୟରେ ସିମୀତ ନକରି ମୂଖ୍ୟମନ୍ତ୍ରୀ ନିଜେ ରାଜ୍ୟର ସମସ୍ତ ରାଜନୈତିକ ଦଳକୁ ଆହ୍ବାନ କରିବା ଉଚିତ ହୋଇଥାଆନ୍ତା।
ଆଜିର ବୈଠକରେ ବିଧାୟକ ମାନେ ଅଂଶ ଗ୍ରହଣ କରିଥିଲେ ବି ବିରୋଧୀ ଦଳ ରୁ ସମସ୍ତ ଇଚ୍ଛୁକ ବିଧାୟକଙ୍କୁ ମତ ଉପସ୍ଥାପନ ଲାଗି ସୁଯୋଗ ନଥିଲା। ଏହି ପୃଷ୍ଠ ଭୂମିରେ ଆଜିର ବୈଠକ ପ୍ରକୃତ ସର୍ବଦଳୀୟ ବୈଠକ ର ଉଦ୍ଦେଶ୍ୟ ସାଧନ କରୁ ନାହିଁ। ଅତଏବ ମୂଖ୍ୟମନ୍ତ୍ରୀ ରାଜ୍ୟ ରେ ଥିବା ସମସ୍ତ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ସର୍ବଦଳୀୟ ବୈଠକ ଆହ୍ବାନ କରିବା ସଙ୍ଗେ ସଙ୍ଗେ ରାଜ୍ୟର ୯ ଟି ରାଜନୈତିକ ଦଳ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦିଆଯାଇଥିବା ୨୦ ଟି ପ୍ରସ୍ତାବ ର ସ୍ମାରକପତ୍ରର ବିଷୟରେ ରାଜ୍ଯ ସରକାର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସି ପି ଆଇ (ଏମ) କହିଛି।
ରାଜ୍ୟ ର ସମସ୍ତ ଆର୍ଥିକ ଅନଗ୍ରସର ପରିବାର କୁ କେନ୍ଦ୍ର ସରକାର ମାସିକ ୬୦୦୦ ଟଙ୍କା ଓ ରାଜ୍ୟ ସରକାର ୨୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ, ପ୍ରତ୍ୟେକ ଆଗ୍ରହୀ ପରିବାରକୁ ମୁଣ୍ଡ ପିଛା ୧୦ କେଜି ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କରିବା, ଅଭାବୀ ପରିବାର କୁ ମାଗଣା ରାସନ୍ କିଟ୍ ପ୍ରଦାନ,ସାର୍ବଜନୀନ ମାଗଣା ଟିକା, ଟିକା ନିମନ୍ତେ ଅଫଲାଇନ ପଂଜିକରଣ ଇତ୍ୟାଦି ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ଗ୍ରହଣ କରିବାକୁ ଦାବି କରିଛି ସି ପି ଆଇ (ଏମ)।