?????

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପୁରସ୍କୃତ ହେଲା ଟିଆରଏଲ କ୍ରୋସାକି

ବେଲପାହାଡ଼: ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବାରୁ ପୁରସ୍କୃତ ହୋଇଛି ବେଲପାହାଡର ଟିଆରଏଲ କ୍ରୋସାକି। ଚଳିତ ବର୍ଷ ପାଇଁ ଟିଆରଏଲ ଏହି ପୁରସ୍କାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପାଇଛି। ଜଙ୍ଗଲ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ତାରାପଦ ଦାଶ ଏବଂ କର୍ପୋରେଟ୍ ସର୍ଭିସେସର ଶ୍ରୀ ଭି.ପିଙ୍କୁ ଏହି ପୁରସ୍କାର ଦେଇଛନ୍ତି ।

ଟିଆରଏଲ କ୍ରୋସାକି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ, ବର୍ଜ୍ୟବସ୍ତୁ ପରିଚାଳନା, ଇ-ବର୍ଜ୍ୟବସ୍ତୁ ପରିଚାଳନା, ଗ୍ରୀନ୍ ବେଲ୍ଟ କଭରେଜ୍ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ କାମ କରେ।

Related Articles

Leave a Reply

Back to top button
error: Content is protected !!