?????

କୋଭିଡ ହସ୍ପିଟାଲରେ ୧୫% ବେଡ୍ ଛୁଆଙ୍କ ପାଇଁ ରହିବ

ଭୁବନେଶ୍ୱର: କୋଭିଡ୍ ହସ୍ପିଟାଲରେ ଛୋଟ ପିଲାଙ୍କ ପାଇଁ ସର୍ବନିମ୍ନ ୧୫% ବେଡ୍ ରହିବ। ଏହି ବେଡ୍ ସଂଖ୍ୟା ଆବଶ୍ୟକତାକୁ ଦେଖି ପରବର୍ତ୍ତୀ ସମୟରେ ବୃଦ୍ଧି କରାଯାଇ ପାରିବ। ରାଜ୍ୟରେ ଅନେକ ଛୋଟ ପିଲା ଏବେ କରୋନାରେ ସଂକ୍ରମିତ ହୋଇଥିବା ନେଇ ଜଣାପଡ଼ିବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ଛୋଟ ଛୁଆଙ୍କ କୋଭିଡ୍ ଚିକିତ୍ସା ପାଇଁ ରାଜ୍ୟ ସରକାର ଗଠିନ କରିଛନ୍ତି ‘ଶିଶୁ କୋଭିଡ୍ ୱିଙ୍ଗ’। ଏହି ଓ୍ୱିଙ୍ଗ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲରେ ରହିବ। ନୂଆ ନିର୍ଦ୍ଦେଶନାମା ଅନୁୟାୟୀ କରୋନା ସଂକ୍ରମିତ ଶିଶୁଙ୍କ ପାଖରେ ହସ୍ପିଟାଲରେ ଜଣେ ଆଟେଣ୍ଡାଣ୍ଟ ରହିବେ। ବାପା ମାଙ୍କୁ ମଧ୍ୟରୁ ଜଣେ କେହି ଆଟେଣ୍ଡାଣ୍ଚ ଭାବରେ ରହିପାରିବେ।

Related Articles

Leave a Reply

Back to top button
error: Content is protected !!