?????

ଶ୍ମଶାନ ନିର୍ମାଣ ଦାବି କରି ଜିଲ୍ଲା ପ୍ରଶାସନକୁ ଭେଟିଲା ଟିମ୍ ସେଭେନ୍

ଝାରସୁଗୁଡା: ୱାର୍ଡ ନମ୍ବର 14 ରେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ମଶାଣି ନାହିଁଁ । ତେଣୁ ଏକ ଶ୍ମଶାନ ନିର୍ମାଣ କରାଯାଉ । ଏପରି ଦାବି କରି ଟିମ୍ ସେଭେନ୍ ନାମକ ଏକ ସାମାଜିକ ତଥା କଲ୍ୟାଣକାରୀ ଟ୍ରଷ୍ଟ ଜିଲ୍ଲା ପ୍ରଶାସନକୁ ଭେଟିଛି। ଶୁକ୍ରବାର ଏହି ସାମାଜିକ ସଂଗଠନ ଜିଲ୍ଲା ପ୍ରଶାସନକୁ ଭେଟିଥିଲା ।

ଏହି ସମୟରେ ବିନୟ ରାଜକ, ଅଜିତ ମାଝୀ, ସତ୍ୟମ କେଶ୍ରି, ଜିତେନ୍ଦ୍ରିୟ ମହାନଦିଆ, ବାସୁଦେବ ପ୍ରଧାନ, ତ୍ରିଲୋଚନ ଦଣ୍ଡସେନା, ବୈକୁଣ୍ଠ ଧୁରୁଆ, କୈଳାଶ ରୋହିଦାଶ, ଗୋପାଳ ପ୍ରଧାନ, କାହ୍ନା କୁମାର, ଅନୁପ ମହାରଣା, ସୁଭମ ବେହେରା ଏବଂ ଦଶରଥ ପ୍ରଧାନ ଉପସ୍ଥିତ ଥିଲେ।

Related Articles

Leave a Reply

Back to top button