ସାମ୍ନାକୁ ଆସିଲା ନବ ଦାସଙ୍କୁ ଗୋପାଳ ଗୁଳି କରୁଥିବା ସମୟର ଫଟୋ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଏଏସଆଇ ତଥା ବହିଷ୍କୃତ ପୋଲିସ ଅଧିକାରୀ ଗୋପାଳ ଦାସଙ୍କ ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଜାନୁଆରୀ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରୁଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଯେଉଁ ସବୁ ଫଟୋ ବା ଭିଡିଓ ସାମ୍ନାକୁ ଆସିଥିଲେ ସେଥିରେ ସେ ବନ୍ଧୁକକୁ ପକେଟରେ ଧରି ଚାଲୁଥିବାର ଏବଂ ଗୁଳି କରି ସାରି ଘଟଣା ସ୍ଥଳରୁ ଚମ୍ପଟ ମାରିବାର ଦେଖିବାକୁ ମିଳିଥିଲା। ଏବେ କିନ୍ତୁ ଗୁଳି କରୁଥିବା ପଜିସନରେ ଦେଖିବାକୁ ମିଳିଛି। କିନ୍ତୁ ହାତରେ ବନ୍ଧୁକ ଧରିଥିବାର ଚିତ୍ର ନାହିଁ। ବ୍ରଜରାଜନଗରର ଗାନ୍ଧୀଛକରେ ହୋଇଥିବା ଏହି ହତ୍ୟାକାଣ୍ଡକୁ ୨୪ ଦିନ ବିତିଛି।

ସାମ୍ନାକୁ ଆସିଥିବା ଏହି ଫଟୋରେ ଗୋପାଳ ମନ୍ତ୍ରୀଙ୍କ ସାମ୍ନାରେ ଛିଡ଼ା ହୋଇଛି। ଆଉ ଗୋପାଳ ନିଜ ଉଦ୍ଦେଶ୍ୟ ସହିତ ପକେଟରୁ ବନ୍ଧୁକ ବାହାର କରି ଦୁଇ ହାତରେ ଧରିଥିବା ଜଣାପଡ଼ିଛି। ଆଉ କାରରୁ ମନ୍ତ୍ରୀ ନବ ଦାସ ବାହାରିବା ମାତ୍ରେ ଗୋପାଳ ବନ୍ଧୁକରୁ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ରହିଛି। ଏହାପରେ ନବ ଦାସଙ୍କ ସମର୍ଥକ ଓ ପୋଲିସ ଗୋପାଳକୁ କାବୁ କରିନେଇଥିଲେ।

 

Exit mobile version