ବ୍ରଜରାଜନଗର ଉପନିର୍ବାଚନ: ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ, ବିଜେଡି ଜାରି କଲା ପ୍ରଚାର ତାଲିକା

ଭୁବନେଶ୍ୱର: ମେ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ଏହା ପୂର୍ବରୁ ବିଜେଡି ଜାରି କରିଛି ପ୍ରଚାର ତାଲିକା । ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି କରିଛି । ଗତକାଲି ନିର୍ବାଚନ ପରିଚାଳନା ପାଇଁ ତୁଙ୍ଗ ନେତାଙ୍କ ତାଲିକା ପ୍ରକାଶ ପାଇବା ପରେ ଆଜି ବିଜେଡି ଜାରି କରିଛି ୪୦ ଜଣିଆ ପ୍ରଚାର ତାଲିକା। ଯେଉଁଥିରେ ଗଡ ଜଗିବାକୁ ପ୍ରସ୍ତୁତ ହୋଇଥିବା ଅଧିକାଂଶ ନେତାଙ୍କ ନାମ ରହିଛି।

ବିଗତ ଦିନରେ ହୋଇଥିବା ଉପନିର୍ବାଚନ ପାଇଁ ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୈଦାନକୁ ଓହ୍ଲାଇନଥିଲେ। ଏବେ କିନ୍ତୁ ନବୀନ ପ୍ରଚାର ପାଇଁ ଓହ୍ଲାଇବେ ବୋଲି ଜଣାପଡିଛି । ନବୀନଙ୍କ ବ୍ୟତୀତ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ୟ୍ୟ, ନିରଂଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ ଏବଂ ପ୍ରମିଲା ମଲ୍ଲିକ ରହିଛନ୍ତି।

ସେହିଭଳି ନବ କିଶୋର ଦାସ, ସୁଶାନ୍ତ ସିଂ, ଟୁକୁନି ସାହୁ, ଦିବ୍ୟ ଶଙ୍କର ମିଶ୍ର, ପୁଷ୍ପେନ୍ଦ୍ର ସିଂ ଦେଓ, କଳିକେଶ ସିଂ ଦେଓ ଏବଂ ସ୍ନେହାଙ୍ଗନୀ ଛୁରିଆଙ୍କ ନାମ ରହିଛି । ସେହିପରି ଅତନୁ ସାବ୍ୟସାଚୀ ନାୟକ, ସଞ୍ଜୟ କୁମାର ଦାସ ବର୍ମା, ସମୀର ରଂଜନ ଦାସ, ଚନ୍ଦ୍ର ସାରଥୀ ବେହେରା, ସୁବାସ ସିଂ ମଧ୍ୟ ଏହି ତାଲିକାରେ ରହିଛନ୍ତି।

ସେହିପରି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସୁଜିତ କୁମାର, ମୁଜିବୁଲ୍ଲା ଖାନ, ରୋହିତ ପୂଜାରୀ, ପ୍ରୀତି ରଂଜନ ଘଡେଇ, ଦେବେଶ ଆଚାର୍ଯ୍ୟ, ରାଜେନ୍ଦ୍ର, ରୀତା ସାହୁ, ନଳିନିଙ୍କାନ୍ତ ପ୍ରଧାନ, ସରୋଜ ମେହେର, ବିକ୍ରମ ପ୍ରଧାନ, କିଶୋର ଚନ୍ଦ୍ର ନାୟକ, ଆକାଶ ଦାଶ ନାୟକ, ଯୋଗେଶ ସିଂ, ଅରିନ୍ଦମ ରୟ ଭଳି ନେତାଙ୍କ ନାମ ରହିଛି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୩୦ରେ ହୃଦଘାତ ହେତୁ ବ୍ରଜଜନଗରର ବିଜେଡି ବିଧାୟକ ତଥା ପୂର୍ବତନ ବାଚସ୍ପତି କିଶୋର କୁମାର ମହାନ୍ତିଙ୍କ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି।

ଏହି ଆସନ ପାଇଁ ବିଜେପିରୁ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ କିଶୋର ଚନ୍ଦ୍ର ପଟେଲ ପ୍ରାର୍ଥୀ ହୋଇଛନ୍ତି।

Exit mobile version