ପ୍ରବଳ ଖରା, ପାଞ୍ଚ ଦିନ ପାଇଁ ସ୍କୁଲ ଛୁଟି କଲେ ସରକାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ 5 ଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ରାଜ୍ୟରେ ସର୍ବାଧିକ ତାପମାତ୍ରା ବୃଦ୍ଧି ସତ୍ତ୍ୱେ ସ୍କଲରେ ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ରହି ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଥିଲା । ଏହାପରେ ରାଜ୍ୟର ଅନେକ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ।

ସକାଳ ସାଢ଼େ 10ଟା ପରେ ଖରାରେ ବାହାରକୁ ବାହାରିବା ପ୍ରାୟ ଅସମ୍ଭବ ହୋଇପଡ଼ିଥିବାରୁ ପାରଦ ବୃଦ୍ଧି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରୁଥିଲା। ପୂର୍ବରୁ ରାଜ୍ୟ ସରକାର ଜୁନ୍ 1ରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ହେଁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟିକୁ ଆଗକୁ ବଢ଼ାଇବା ପାଇଁ ଅନେକ ଅଭିଭାବକ ଦାବି କରୁଥିଲେ। ସ୍କୁଲ ବନ୍ଦ ସତ୍ତ୍ୱେ ଆଗକୁ ମାଟ୍ରିକ୍ କିମ୍ବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ହେବ।

Exit mobile version