କୁରକୁରେ ଖାଇବାକୁ ଆସି ଦୁର୍ଘଟଣାର ଶିକାର ହେଲା 5 ବର୍ଷର ଝିଅ, ଉଡିଗଲା ପ୍ରାଣବାୟୁ

ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ଛାତ୍ରିଆ କଣ୍ଟାଠାରେ ଆଜି ସଂଧ୍ୟାରେ ଏକ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ 5 ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୃତକ ତୃଷ୍ଣା ଓରାମ ବୋଲି ଜଣାପଡ଼ିଛି। ଦୁଇ ଜଣ ଆହତ ବବଲୁ ଏବଂ ତନୁଶ୍ରୀ ବୋଲି ଜଣାପଡ଼ିଛି। ଆହତଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି। ଉତ୍ତ୍ୟକ୍ତ ଲୋକେ ରାଗିଯାଇ କୋଇଲା ବୋଝେଇ ଟ୍ରକକୁ ପୋଡ଼ି ଦେଇଥିବା ସୂଚନା ରହିଛି।

ଝିଆରି ତୃଷ୍ନା କୁରକୁରେ ଖାଇବ ବୋଲି ଜିଦ୍ ଧରିଥିଲା। ତେଣୁ ବବଲୁ ଓରାମ ଝିଆରି ତୃଷ୍ଣା ଏବଂ ତାର ସାଙ୍ଗ ତନୁଶ୍ରୀକୁ ଗାଡ଼ିରେ ବସାଇ କୁରକୁରେ କିଣିବା ପାଇଁ ଦୋକାନକୁ ଆସୁଥିଲେ। ହେଲେ ବିଧାତା ଆଉ କିଛି ଲେଖିଥିଲା। ବାଇପାସ ରୋଡରେ ଏମାନେ ଯାଉଥିବା ସମୟରେ ହଠାତ୍ କୋଇଲା ବୋଝେଇ ଟ୍ରକଟି ବାଇକ ସହ ଧକ୍କା ହୋଇଥିଲା। ପରେ ଘଟଣାସ୍ଥଳରେ ତୃଷ୍ଣାର ମୃତ୍ୟୁ ଘଟିଥିଲା। ଲୋକେ ଟ୍ରକଟିକୁ ପୋଡ଼ି ଦେଇଥିଲେ। ଦମକଳ ଆସି ନିଆଁ ଲିଭାଇଥିଲା। ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି 30 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ।

Exit mobile version