ଓଡିଶାର ଦୁଇ ଜଣଙ୍କୁ ସମ୍ମାନଜନକ ସେବାପାଇଁ ରାଷ୍ଟପ୍ରତି ପଦକ

ଭୁବନେଶ୍ୱର: ୨୦୨୧ ସ୍ୱାଧୀନତା ଦିବସ ଅବସରରେ ମୋଟ ୧୩୮୦ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି ଏମାନଙ୍କ ମଧ୍ୟରେ ସାହସିକତା ପାଇଁ ରାଷ୍ଟ୍ରପତି ପଦକ (ପିପିଏମ୍‍ଜି) ୨ ଜଣ ପାଇଥିବାବେଳେ ସାହସିକତାପାଇଁ ପୁଲିସ୍‍ ପଦକ (ପିଏମ୍‍ଜି) ୬୨୮ଜଣ ପାଇଛନ୍ତି।

ସେହିଭଳି ସମ୍ମାନଜନକ ସେବାପାଇଁ  ରାଷ୍ଟ୍ରପତି ପୁଲିସ ପଦକ (ପିପିଏମ୍‍) ୮୮ଜଣ ପାଇଥିବାବେଳେ ଉଲ୍ଲେଖନୀୟ ସେବାପାଇଁ ରାଷ୍ଟ୍ରପତି ପୁଲିସ୍‍ ପଦକ (ପିଏମ୍‍) ୬୬୨ଜଣଙ୍କୁ ଦିଆଯାଇଛି।

୬୨୮ ସାହସିକତା ପୁରସ୍କାର ମଧ୍ୟରୁ ୦୧ ପପିଏମ୍‍ଜି ଜାମ୍ମୁ କାଶ୍ମୀର ପୋଲିସ୍ ଏବଂ ୦୧ ପିପିଏମ୍‍ଜି ସିଆରପିଏଫ୍‍। (ମରଣତ୍ତୋର) ଭାବେ ପ୍ରଦାନ କରାଯାଇଛି, ଜାମ୍ମୁ କାଶ୍ମୀର ଅଞ୍ଚଳରେ ସାହସିକତା କାର୍ଯ୍ୟାନୁଷ୍ଠାନ ଲାଗି ୩୯୮ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ୧୫୫ଜଣଙ୍କୁ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଅଞ୍ଚଳରେ ସାହସିକତା କାର୍ଯ୍ୟାନୁଷ୍ଠାନ ପାଇଁ, ୨୭ଜଣଙ୍କୁ ଏବଂ ଉତ୍ତର-ପୂର୍ବାଞ୍ଚଳରେ ସାହସିକତା କାର୍ଯ୍ୟାନୁଷ୍ଠାନ ପାଇଁ ପୁରସ୍କୃତ କରାଯାଇଛି।

ସାହସିକତା ପୁରସ୍କାର ଗ୍ରହଣ କରୁଥିବା କର୍ମଚାରୀଙ୍କ ମଧ୍ୟରେ ୨୫୬ ଜଣ ଜାମ୍ମୁ-କାଶ୍ମୀର ପୋଲିସର, ୧୫୧ ଜଣ ସିଆରପିଏଫ୍‍, ୨୩ ଜଣ ଆଇଟିବିପି ଏବଂ ୬୭ ଜଣ ଓଡିଶା ପୋଲିସର, ୨୫ ଜଣ ମହାରାଷ୍ଟ୍ରର ଏବଂ ୨୦ ଜଣ ଛତିଶଗଡର ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ / କେନ୍ଦ୍ରଶାସିକ ଅଞ୍ଚଳ ଏବଂ ସିଏପିଏଫ୍‍ ର ରହିଛନ୍ତି।

Exit mobile version