ଅତିରିକ୍ତ ତହସିଲଦାର ମାନସ ରୟ ଗୁରୁତର, ଚିକିତ୍ସା ପାଇଁ ଅଗ୍ରୀମ 10 ଲକ୍ଷ ଟଙ୍କା ଅନୁମୋଦନ

ଝାରସୁଗୁଡା: ବ୍ରଜରାଜନଗର ବିଧାନସଭା ଅଧିନରେ ଥିବା ଲଖନପୁରର ଅତିରିକ୍ତ ତହସିଲଦାର ମାନସ ରୟ ଏବେ ଗୁରୁତର। କୋଭିଡରେ ସଂକ୍ରମିତ ହେବା ପରେ ସେ ଗୁରୁତର ହୋଇଛନ୍ତି। ତାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗ୍ରୀମ 10 ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି।

ମାନସ ଏବେ ରାଜଧାନୀ ଭୁବନେଶ୍ୱର ସ୍ଥିତ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତାଙ୍କ ଶରୀରର ଫୁସଫୁସକୁ ସଂକ୍ରମଣ ବ୍ୟାପିଯାଇଥିବା ସୂଚନା ରହିଛି। ତେଣୁ ସେ ଇକମୋ ଚିକିତ୍ସାରେ ଅଛନ୍ତି। ଏହା ଏକ ବ୍ୟୟବହୁଳ ଚିକିତ୍ସା।

ରାଜ୍ୟରେ ପୂର୍ବରୁ ଅନେକ ବ୍ୟକ୍ତି କୋଭିଡରେ ସଂକ୍ରମିତ ହେବା ପରେ ଇକମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ସ୍ୱର୍ଗତ ଆଇପିଏସ ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ବ୍ୟକ୍ତି ଏହି ଚିକିତ୍ସା ପାଇଁ କୋଲକାତା ଯାଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହେଲେ ଅନେକ ଏବେ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ରହିଛି।

Exit mobile version