ତୃତୀୟ ଲହର ନେଇ ପୁଣି ଚେତାଇଲା କେନ୍ଦ୍ର

ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ଚେତାବନୀ ଦେଇଛି ଯେ କୋଭିଡ ସଂକ୍ରମଣର ବାରମ୍ବାର ଉଲ୍ଲଂଘନ ହେଲେ ସ୍ଥିତିରେ ଯେଉଁ ସୁଧାର ଆସିଛି ତାହା ଭୁଶୁଡ଼ି ପଡ଼ିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ପ୍ରେସ କନଫରେନସ କରି ଏପରି ଚେତାବନୀ ଦେଇଛନ୍ତି। ଏହି ସମୟରେ ଚଣ୍ଡିଗଡ଼ ଏବଂ ମହାରାଷ୍ଟ୍ରରେ ଯାତାୟାତ ବେଳର କିଛି ଫଟୋ ସେ ଶେଆର କରିଛନ୍ତି।

ସେ କହିଛନ୍ତି ଯେ କୋଭିଡ ନିୟମ ଉଲ୍ଲଂଘନ କଲେ ପୁୁଣିଥରେ ଲକଡାଉନ ନୀତି ଲାଗୁ ହେବ। ଏଭଳି ହେଲେ ପୁଣିଥରେ ରୋଜଗାର ପ୍ରଭାବିତ ହେବ। ଜୀବିକା ବିପଦରେ ରହିପାରେ। ତେଣୁ ନିୟମ ଉଲ୍ଲଂଘନ ନକରିବା ଠିକ୍ ହେବ ବୋଲି ସେ କହିଛନ୍ତି। ସେ ସମ୍ଭାବ୍ୟ ତୃତୀୟ ଲହର କଥା କହିବା ବେଳେ ପାଣିପାଗ କଥା ମଧ୍ୟ କହିଛନ୍ତି। ତୃତୀୟ ଲହର ଯେଉଁ ସମୟରେ ଆସିବ ବୋଲି ଆକଳନ କରାଯାଉଛି ସେହି ସମୟରେ ମୌସୁମୀ ମଧ୍ୟ ସକ୍ରିୟ ରହୁଛି। ତେଣୁ ବର୍ଷା କାରଣରୁ ଥଣ୍ଡା, ଜ୍ୱରର ଆଶଙ୍କା ରହିଛି। ତେଣୁ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି। ତେଣୁ ପାଣିପାଗର ଅପଡେଟ ନେବା ଭଳିଆ ଲୋକେ ତୃତୀୟ ଲହରକୁ ଆକଳନ ନକରିବା ଦରକାର ବୋଲି ଅଗ୍ରଓ୍ୱାଲ କହିଛନ୍ତି।

Exit mobile version