ମଣ୍ଡି ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କା କୃଷକଙ୍କ ନିକଟରେ ପହଞ୍ଚାଇବାକୁ ସରକାରଙ୍କ ଯୋଜନା

0
75

ନୂଆଦିଲ୍ଲୀ: ତିନି କୃଷି ଆଇନକୁ ନେଇ ବିବାଦ ଜାରି ରହିଛି। ଏହାରି ଭିତରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଆଉ ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଗୁରୁବାର କେନ୍ଦ୍ର କ୍ୟାବିନେଟର ବୈଠକ ପରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କ କଲ୍ୟାଣ ପାଇଁ ମଣ୍ଡି ମାଧ୍ୟମରେ 1 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ମଣ୍ଡି ଜରିଆରେ ଚାଷୀଙ୍କୁ ମିଳିବ। ତିନି କୃଷି ଆଇନ ଲାଗୁ ହେବା ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ବିରୋଧୀ ସମେତ ଆନ୍ଦୋଳନକାରୀ ଚାଷୀ କହିଥିଲେ। ହେଲେ ସରକାର ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ।

ଏବେ ସରକାର ଏପିଏମସି ମାଧ୍ୟମରେ ମଣ୍ଡି ଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ମଜବୁତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଦେଶରେ ନଡ଼ିଆ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ରହିଥିବା ବୋର୍ଡରେ ସରକାର ସଂଶୋଧନ ଆଣିବେ ଏବଂ କୃଷକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ଏଥିରେ ଅଧ୍ୟକ୍ଷ କରାଯିବ। ଏହା ବ୍ୟତୀତ ବୋର୍ଡର ଦାୟିତ୍ୱ ନିର୍ବାହ ପାଇଁ ଜଣେ ସିଇଓ ରହିବେ ବୋଲି କୃଷିମନ୍ତ୍ରୀ କହିଛନ୍ତି।

ଏଥିସହ ଗତବର୍ଷ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା ଚାଷୀଙ୍କୁ ଆନ୍ଦୋଳନରୁ ଓହରିଯିବା ପାଇଁ କେନ୍ଦ୍ରକୃଷି ମନ୍ତ୍ରୀ ଆହ୍ୱାନ କରିଛନ୍ତି।